ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଏଗ୍ରିମେଣ୍ଟ ସାଇନ୍‌ ମଧ୍ୟ କରିଥିବା ଜଣାପଡିଛି। ଫିଲ୍ମର ନିର୍ମାଣ ଗୋ ଗୋଆ ଗଲିଉଡ ପ୍ରଡକସନ୍‌ ପକ୍ଷରୁ କରାଯିବ। ପ୍ରଡକସନ୍‌ ହାଉସ୍‌ ଉତ୍ପଳଙ୍କ ସହ ଲିଗାଲ ରାଇଟସ୍‌କୁ ନେଇ କଥା ହୋଇଥିବା କୁହାଯାଏ। ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଡିସେମ୍ବର ୧୩ ଅର୍ଥାତ୍‌ ମନୋହର ପାରିକରଙ୍କ ଜନ୍ମଦିନରେ ଏହା ରିଲିଜ୍‌ କରାଯିବାର ଯୋଜନା କରାଯାଇଛି। ମେକର୍ସଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚନା ଅନୁଯାୟୀ ଫିଲ୍ମଟି ଉଭୟ ହିନ୍ଦୀ ଓ କୋଙ୍କଣୀ ଭାଷାରେ ରିଲିଜ୍‌ କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୭ରେ ପାରିକରଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ। ପିଟିଆଇକୁ ସୂଚନା ଦେଇ ଫିଲ୍ମର ପ୍ରଯୋଜକ ସ୍ବପ୍ନିଲ ଶେତକର କହିଛନ୍ତି ଏଥିରେ ପାରିକରଙ୍କ ରାଜନୈତିକ ଓ ନିଜସ୍ବ ଜୀବନ ଉପରେ ଗରୁତ୍ୱ ଦିଆଯିବ। ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରୁ ଏହି ଫିଲ୍ମର କାମ ଆରମ୍ଭ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍‌ ପରିବହନ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍‌ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା...

ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…

ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି।...

ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’; ଅନୁଭବଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍‌ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା...

‘ଗାନ୍ଧିଜୀ ଯେଉଁଠି ଅଛନ୍ତି, ସେଇଠି ପହଞ୍ଚିଯିବ,’ଭୋଜପୁରୀ ଗାୟିକାଙ୍କୁ କାହିଁକି ମିଳୁଛି ଧମକ

ପାଟନା/ମୁମ୍ବାଇ,୨୮।୧୨: ବିହାରର ରାଜଧାନୀ ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ବାପୁ ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରସିଦ୍ଧ...

ବିଚ୍‌ ରାସ୍ତାରେ ଫଟୋ ଶୁଟ୍‌ କରୁଥିଲେ କରିସ୍ମା, ସାଇକେଲରେ ଆସୁଥିବା ବ୍ୟକ୍ତି କଲେ ଏମିତି କାମ

ମୁମ୍ବାଇ: କରିସ୍ମା କପୁର ୯୦ ଦଶକର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ। ଅଭିନୟ ସହିତ ନିଜର ଚୁଲବୁଲି ଅନ୍ଦାଜ ଏବଂ ନୃତ୍ୟ ପାଇଁ ସେ ଅନେକ...

ମନମୋହନଙ୍କୁ ଭାଜପା ନୁହେଁ ବରଂ କଂଗ୍ରେସ ହିଁ ଅଧିକ ଅପମାନିତ କରିଛି: ସମ୍ବିତ ପାତ୍ର

ଭୁବନେଶ୍ୱର,୨୮।୧୨: ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ନାଁରେ ସ୍ମାରକୀ ଦାବି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ସ୍ମାରକୀ ପ୍ରତିଷ୍ଠା ଲାଗି...

ମନମୋହନ ସିଂଙ୍କ ଅନ୍ତିମ ଯାତ୍ରାରେ ଏମିତି କ’ଣ କଲେ ରାହୁଲ, ଯାହା ଏବେ ହେଉଛି ଭାଇରାଲ?

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷ ବିଦାୟ ଶନିବାର (ଡିସେମ୍ବର ୨୮, ୨୦୨୪) କରାଯାଇଥିଲା। ଶେଷ ବିଦାୟ ସମୟରେ ରାହୁଲ ଗାନ୍ଧୀଙ୍କ ଅନେକ...

ଚାଇନାକୁ ଦମ ଦେଖାଇଲା ଭାରତ! ୧୪୦୦୦ଫୁଟ ଉପରେ ଲଗାଇଲା ଶିବାଜୀଙ୍କ ବିଶାଳ ପ୍ରତିମା

ନୂଆଦିଲ୍ଲୀ,୨୮।୧୨: ଭାରତ ପୁଣି ଥରେ ଚାଇନାକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ସେନା ଲଦାଖରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri