ନିର୍ଯାତନା ମାମଲାରେ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୧୩।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି ା ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଥାନା ସବେରେଙ୍ଗା ଗ୍ରାମର ମନୋଜ ପ୍ରଧାନ ବୋଲି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ କହିଛନ୍ତି। ମନୋଜଙ୍କ ନାମରେ ଗତ ୨୦୧୮ ମସିହାରୁ (୧୦୩/୧୮) ମାମଲା ରହିଥିଲା। ପୋଲିସ କହିବା ଅନୁଯାୟୀ, ମନୋଜ ରାଇକିଆ ଥାନା କତିଙ୍ଗିଆ ଅଞ୍ଚଳର ସୋନାଲି ପ୍ରଧାନଙ୍କୁ ବିବାହ କରିଥିଲେ ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛି। ମନୋଜ ଅନ୍ୟ ଜଣଙ୍କୁ ପୁଣି ପ୍ରେମ ବିବାହ କରିବା ସହ ପ୍ରଥମ ସ୍ତ୍ରୀ ସୋନାଲିଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ।ଏନେଇ ସୋନାଲି ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ମନୋଜ ଦ୍ୱିତୀୟ ସ୍ତ୍ରୀଙ୍କୁ ଧରି ଫେରାର ହୋଇଯାଇଥିଲେ। ସୋନାଲି ଏବେ ନିଜ ବାପାଙ୍କ ଘରେ ୩ଟି ସନ୍ତାନଙ୍କୁ ଧରି ରହୁଥିବା ପୋଲିସ କହିଛି ା ପୋଲିସ ସେହିଦିନଠାରୁ ଖୋଜୁଥିବାଙ୍‌ବେଳେ ଏବେ ମନୋଜ ନିଜ ଗ୍ରାମ ସବେରେଙ୍ଗାକୁ ଆସିଥିବା ଖବର ପାଇ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।