Categories: ବାଣିଜ୍ୟ

ନିଲାମୀରେ ବିକ୍ରି ହୋଇପାରିନି ସ୍ପେକ୍ଟ୍ରମ;ସରକାରଙ୍କର ୫.୪ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୧୭-୯: ଗତ ନିଲାମୀରେ କିଛି ସ୍ପେକ୍ଟ୍ରମ ବିକ୍ରି ହୋଇପାରି ନ ଥିବାରୁ ସରକାରଙ୍କର ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଉଦ୍ୟୋଗ ସଂଗଠନ ବ୍ରଡ୍‌ବ୍ୟାଣ୍ଡ ଇଣ୍ଡିଆ ଫୋରମ୍‌(ବିଆଇଏଫ୍‌) ପକ୍ଷରୁ ଦାବି କରାଯାଇଛି। ସରକାର ୫ଜି ସ୍ପେକ୍ଟ୍ରମ ନିଲାମ କଲା ବେଳେ ଏହାର ଉପଲବ୍ଧତା ଏବଂ ଉଚିତ୍‌ ଦର ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ବିଆଇଏଫ୍‌ ପକ୍ଷରୁ କୁହାଯାଇଛି ଯେ, ୫ଜି ସ୍ପେକ୍ଟ୍ରମର ସଂରକ୍ଷିତ ମୂଲ୍ୟ ବହୁତ। ଅନ୍ୟ ଦେଶ ତୁଳନାରେ ଏହା ୪ ଗୁଣା ଅଧିକ। ଏଥିରେ ତତ୍କାଳ ସଂଶୋଧନ କରାଯିବା ଜରୁରୀ। ବିଆଇଏଫ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଭାରତରେ ସ୍ପେକ୍ଟ୍ରମ ନିଲାମୀର ସଫଳତା କେବଳ ଏହାର ମୂଲ୍ୟ ଉପରେ ନିର୍ଭରଶୀଳ। ଉଚିତ୍‌ ଦର ଥିଲେ ସର୍ବାଧିକ ବିକ୍ରି ହୋଇପାରିବ ଏବଂ ସର୍ବୋତ୍ତମ ପ୍ରତ୍ୟକ୍ଷ ଓ ପରୋକ୍ଷ ଲାଭ ହାସଲ ହୋଇପାରିବ।

Share