Categories: ଖେଳ

ନିଲାମୀ ପ୍ରକ୍ରିୟା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟକୁ ଭେଟିଲେ ପଣ୍ଟିଂ

ନୂଆଦିଲ୍ଲୀ,୧୪।୧୨(ପି.ଟି.)- ଆସନ୍ତା ୧୯ ତାରିଖରେ କୋଲକାତାଠାରେ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ମ୍ୟାନେଜମେଣ୍ଟ ସଦସ୍ୟଙ୍କୁ ଭେଟିଛନ୍ତି। ଗତ କିଛି ମାସ ହେଲା ଆମେ ଆଲୋଚନା କରୁଛୁ। ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଲାଗି ବହୁତ ସମୟ ଦେଇଛୁ। ଆମେ ସବୁ କିଛି ଯୋଜନା କରିଛୁ। ମାତ୍ର ଅକ୍‌ଶନ ଟେବୁଲରେ କ’ଣ ଘଟିବ କହି ହେବ ନାହିଁ। ଦ୍ରୁତ ବୋଲରଙ୍କ ଉପରେ ଆମ ଧ୍ୟାନ ରହିବ। ମୁଖ୍ୟତଃ ବିଦେଶୀ ପେସରଙ୍କୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ପଣ୍ଟିଂ କହିଛନ୍ତି। ସେ ଆହୁରି କହିଛନ୍ତି, ଆମ ଦଳକୁ କେଉଁ ଭଳି ଖେଳାଳି ଦରକାର ତା ଠିକ୍‌ ରୂପେ ଜାଣିବାକୁ ପଡ଼ିବ। ଉଦାହରଣ ସ୍ବରୂପ ଆମ ନିକଟରେ ୩ ଓପନର ଅଛନ୍ତି। ଏଣୁ ଆଉ ଓପନରଙ୍କ ଉପରେ ନଜର ପକାଇବା ଦରକାର ନାହିଁ। ଆମ ଚୂଡ଼ାନ୍ତ ଏକାଦଶରେ ଯେଉଁ ସ୍ଥାନରେ ସମସ୍ୟା ରହିଛି, ତାକୁ ସୁଧାରିବା ପାଇଁ ଖେଳାଳି ଚୟନ କରିବା ଆବଶ୍ୟକ।

Share