ଭୁବନେଶ୍ୱର,୨୫ା୨(ବ୍ୟୁରୋ): ନିକଟରେ ନିଲାମ ହୋଇଥିବା କୌଣସି ଖଣିର ଜଙ୍ଗଲ ଅନୁମତି ସକାଶେ ରାଜ୍ୟ ସରକାର ଆବେଦନ କରିନାହାନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ବିଧାନସଭାରେ ଏନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନ ନଂ.୧୦୨୮ର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ନିଲାମ ଜରିଆରେ ୧୯ ଖଣିର ନିଲାମୀ କରିସାରିଛନ୍ତି। ଏହାକୁ ବାଦ୍ ଦେଇ ରାଜ୍ୟ ସରକାର ୭ଟି ନୂଆ ଖଣି ମଧ୍ୟ ନିଲାମ କରିଛନ୍ତି। ଏହି ଖଣିଗୁଡିକ ହେଉଛି- ସୁନ୍ଦରଗଡ଼ ଜିଲାର ଗୋରବୁରହାନୀ ସଗସାହ, ନେତ୍ରବନ୍ଧ ପାହାଡ଼ ଲୁହାପଥର ଖଣି, ଖାଟକୁର ବାହାଲର ଲାଇମ୍ଷ୍ଟୋନ୍ ଏବଂ କଳାମାଙ୍ଗ ପଶ୍ଚିମ(ଉତ୍ତରଭାଗ)ସ୍ଥିତ ଲୁହାପଥର ଖଣି ମାଲକାନଗିରିର କୋଟାମେଟ୍ଟା ଲାଇମ୍ଷ୍ଟୋନ୍ ଖଣି, କେନ୍ଦୁଝର ଲର୍ସଦା ପାଚେରି ମାଙ୍ଗାନିଜ୍ ବ୍ଲକ ଏବଂ ରାୟଗଡା ଜଗଦଳପୁର ଗ୍ରାଫାଇଟ୍ ବ୍ଲକ।