Categories: ବାଣିଜ୍ୟ

ନିଲାମ ହୋଇଛି ୨୨ ଲୁହାପଥର ଖଣି

ନୂଆଦିଲ୍ଲୀ,୨୩-୭: ସରକାର ବର୍ତ୍ତମାନ ସୁଦ୍ଧା ୨୨ ଲୁହାପଥର ଖଣି ନିଲାମ କରିବାକୁ ସକ୍ଷମ ହୋଇଛି। ଏହି ଖଣିଗୁଡିକରେ ମୋଟ ୫୮୩.୦୫୭ ନିୟୁତ ଟନ୍‌ ଖଣିଜ ସମ୍ପଦ ରହିଥିବା ଜଣାପଡିଛି। ଖଣି ଓ ଖଣିଜ( ଉନ୍ନତୀକରଣ ଏବଂ ଅଧିନିୟମ) ସଂଶୋଧନ ଆଇନ୍‌ ୨୦୧୫ ମୁତାବକ ଦେଶର ଇସ୍ପାତ ଶିଳ୍ପକୁ ପର୍ଯ୍ୟାପ୍ତ ପରିମାଣର କଞ୍ଚାମାଲ ଯୋଗାଣ ଲାଗି ସରକାର ଲିଜ ପ୍ରଦାନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାକୁ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୨୦ରେ ଲିଜ ଅବଧି ଶେଷ ହେଉଥିବା ଖଣି ଗୁଡିକର ନିଲାମ ଖଣିଜ ସଂରକ୍ଷଣ ଏବଂ ଉନ୍ନତିକରଣ ଆଇନରେ ସଂଶୋଧନ କରାଯାଇଛି। ଏହା ଫଳରେ ଉତ୍ତୋଳନକାରୀଙ୍କ ଲାଗି ଜି-୨ ସ୍ତରର ଉତ୍ତୋଳନ ବାଧ୍ୟତାମୂଳକ ହୋଇଛି।

Share