ନିଶାସକ୍ତ ଅବସ୍ଥାରେ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଉଦଳା ଡାକ୍ତରଖାନା ଡାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

ଉଦଳା,୨୧।୭(ଡି.ଏନ୍‌.ଏ.):ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ରବିବାର ଡାକ୍ତରମାନେ ଆଉଟ୍‌ ଡୋର ସେବା ବନ୍ଦ କରିବା ସହ ଧାରଣାରେ ବସିଛିନ୍ତି। ଫଳରେ ଡାକ୍ତରଖାନାରେ ରୋଗୀ ସେବା ଠପ୍‌ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତିନି ଜଣ ଯୁବକ ଡାକ୍ତରଖାନାରେ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଏହାକୁ ପ୍ରତିବାଦ କରି ଡାକ୍ତରମାନେ ଧାରଣାରେ ବସି ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଦାବି କରିଥିବା ଜଣାପଡ଼ିଛି।

Share