Categories: ଗଞ୍ଜାମ

ନିଶାସକ୍ତ ଯୁବକଙ୍କ ଠେଙ୍ଗା ମାଡ଼ରେ: ମହିଳା ଗୁରୁତର

ସୋରଡ଼ା,୧୨ା୧୦(ଡି.ଏନ.ଏ.)-ସୋରଡ଼ା ବ୍ଲକ ଗୋପାଳପୁର ଶାସନ ହାତିପଡ଼ା ଗ୍ରାମର ବିଦେଶୀ ଗୌଡ଼ଙ୍କ ସ୍ତ୍ରୀ ନୟନୀଙ୍କୁ ଶୁକ୍ରବାର ଜଣେ ନିଶାସକ୍ତ ଯୁବକ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ନୟନୀ ଅପରାହ୍ନରେ ନିଜ ଜମିରେ ଚାଷକାମ କରୁଥିବାବେଳେ ଗ୍ରାମର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚତ୍ ଠେଙ୍ଗାରେ ନୟନୀଙ୍କ ମୁଣ୍ଡକୁ ପିଟିଥିଲେ। ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାରେ ପହଞ୍ଚାଇଥିଲେ। ପରେ ନୟନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଏ ନେଇ ବିଦେଶୀ ଥାନାକୁ ଜଣାଇଛନ୍ତି। ଘଟଣା ପରେ ଆକ୍ରମଣକାରୀ ଫେରାର୍‌ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ଯୁବକ ଜଣକ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ କରନ୍ତି। ନୟନୀଙ୍କୁ କଣ ପାଇଁ ଆକ୍ରମଣ କଲେ ତାହାର ପ୍ରକୃତ କାରଣ ଜଣାପଡିନାହିଁ।