ନିଶ୍ଚିନ୍ତକୋଇଲି ବ୍ଲକରେ ବଜ୍ରପାତ: ୨ମୃତ, ୩ ଆହତ

ନିଶ୍ଚିନ୍ତକୋଇଲି, ୬।୮(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ନାରାଜପୁର ଗ୍ରାମର ମହେଶ୍ୱର କାଣ୍ଡି(୬୯) ଏବଂ ପାଳଦା ଗ୍ରାମର ଜଳଧର ଦାସ( ୪୯)।
ପ୍ରକାଶ ଯେ, ମହେଶ୍ୱର ବିଲକୁ କାମ କରିବାକୁ ଯାଇଥିବା ବେଳେ ହଠାତ୍‌ ଘଡ଼ଘଡି ସହ ବର୍ଷା ହୋଇଥିଲା। ଫଳରେ ସେ ସ୍ଥାନୀୟ ଚାଚାଖଇ ଠାକୁରାଣୀ ନିକଟକୁ ଦଉଡ଼ି ପଳାଇଥିଲେ। ସେଠାରେ ବଜ୍ରପାତରେ ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକାରି ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ପାଳଦା ଗ୍ରାମର ଜଳଧର ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ତୁରନ୍ତ ତାଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାମକୃଷ୍ଣପୁର ପଞ୍ଚାୟତର ଜଟାଧାରି ଲେଙ୍କା(୬୪), ମନ୍ଦାକିନୀ ବେହେରା(୬୪), ଗୋପାଳ ମଲ୍ଲ(୬୫) ପ୍ରମୁଖ ବଜ୍ରପାତରେ ଆହତ ହୋଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ହୋଇଛନ୍ତି ।

Share