ନିଷିଦ୍ଧାଞ୍ଚଳରେ ଜରୁରୀ ଔଷଧର ହୋମ୍‌ ଡେଲିଭରି ସମ୍ଭବ

ନୂଆଦିଲ୍ଲୀ,୨୮ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ନିଷିଦ୍ଧାଞ୍ଚଳ ଘୋଷିତ ସ୍ଥାନଗୁଡ଼ିକରେ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ କ୍ୟାଲସିୟମ, ଆଇରନ/ଫୋଲିକ୍‌ ଏସିଡ, ଜିଙ୍କ୍‌ ଟାବଲେଟ ସମେତ କଣ୍ଟ୍ରାସେପ୍ଟିଭ୍‌ ଭଳି ଜରୁରୀ ଔଷଧର ହୋମ ଡେଲିଭରି ବ୍ୟବସ୍ଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ କରିପାରିବେ ବୋଲି କେନ୍ଦ୍ର ପ୍ରସ୍ତାବ ଦେଇଛି। କୋଭିଡ୍‌-୧୯ ସ୍ଥିତି ନିର୍ବିଶେଷରେ ମହିଳା, ଶିଶୁ ଓ କିଶୋରୀମାନଙ୍କୁ ଜରୁରୀ ସେବା ଯୋଗାଇଦେବା ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି।

Share