ନିଷେଧାସତ୍ତ୍ୱେ ଚାଲିଛି ବାଲି ଚୋରା ଚାଲାଣ

ଜଳେଶ୍ୱର, ୩୦।୧୨(ସ୍ବ.ପ୍ର.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ନିଷେଧାଦେଶ ପରେ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଖନନ ବନ୍ଦ ରହିଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ବାଲି ସମସ୍ୟା ଉତ୍କଟ ରୂପ ଧାରଣ କରି ସମସ୍ତ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି। ଅନ୍ୟପଟେ ଚୋରା ମାଫିଆମାନେ ଅବାଧରେ ଚୋରା ବାଲି ଚାଲାଣ କରୁଛନ୍ତି। ଏ ଦିଗରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଞ୍ଚଳରେ ଥିବା ରାଜନଗର, ମାକିଡ଼ିଆ, କୁଅଁରପୁର, ପ୍ରହରାଜପୁର, ଗୁଆଗଡ଼ିଆ, ମକ୍ରମପୁର, ଦକ୍ଷିଣପ୍ରହରାଜପୁର, ଭାନୁପୁର, ଶିଖରପୁର, ପଞ୍ଚୁଘଣ୍ଟା, ମହମ୍ମଦନଗରପାଟଣା, ଚାଲନ୍ତି, ସନ୍ତୋଷପୁର, ଜମାଳପୁର, ଗୋବର୍ଦ୍ଧନପୁର, କଣ୍ଟାପାଳ ଆଦି ବାଲି ସୈରାତରୁ ଅତୀତରେ ବେଧଡ଼କ ଭାବେ ବାଲି ଚାଲାଣ ହୋଇ ଆସୁଥିଲା। କିନ୍ତୁ ଏନଜିଟିର ବାରମ୍ବାର ପରିଦର୍ଶନ ଓ ଚଢ଼ାଉ ଫଳରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ପ୍ରଶାସନ ଏବଂ ଓଡ଼ିଶାର ବାଲେଶ୍ୱର ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବାଲି ଖନନ ବନ୍ଦ କରିଛନ୍ତି। କିନ୍ତୁ ଏବେ ବି ରାଇବଣିଆ ଥାନା ଇଲାକାରେ ଥିବା ଭାନୁପୁର, ଶିଖରପୁର, ମକ୍ରମପୁର, ଦକ୍ଷିଣ ପ୍ରହରାଜପୁର, କୁଅଁରପୁର, ମାକିଡ଼ିଆ ଅଞ୍ଚଳରୁ ବ୍ୟାପକ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ପଶ୍ଚିମବଙ୍ଗର କେତେକ ମାଫିଆ ଓଡ଼ିଶାର କେତେକ ଲୋକଙ୍କୁ ହାତକରି ନଦୀରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ବାଲି ପରିବହନ କରିଆସୁଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ବ୍ୟାପକ ଅତଡ଼ା ଖସିବା, ସ୍ବମ୍ପପମ୍ପ ମେଶିନ୍‌ ଚାଲିବା ଦ୍ୱାରା ଭୂକମ୍ପନ ସୃଷ୍ଟି ହେଉଛି। ବହୁ ଅଭିଯୋଗ ପରେ ଜଳେଶ୍ୱରର ଭାରପ୍ରାପ୍ତ ତହସିଲଦାର କ୍ଷୀରୋଦ ପଣ୍ଡା ସଦଳବଳେ ଯାଇ ଏକ ଜେସିବି ମେସିନ ଜବତ କରିଛନ୍ତି। କିନ୍ତୁ ତହସିଲଦାର କିମ୍ବା ଅନ୍ୟ କୌଣସି ପଦସ୍ଥ କର୍ମଚାରୀ ବାଲି ସୈରାତ ଅଞ୍ଚଳକୁ ଚଢାଉ କରିବାକୁ ଯିବା ପୂର୍ବରୁ ବାଲି ଚୋରାଚାଲାଣକାରୀମାନେ ଖବର ପାଇ ଗାଡ଼ିଗୁଡ଼ିକୁ ପଶ୍ଚିମବଙ୍ଗ ପଠାଇ ଦେଉଛନ୍ତି। ଗତ ୨ ଦିନ ତଳେ କେତେକ ଚୋରା ବାଲି ବ୍ୟବସାୟୀ ବାଲି ନେଇ ଯାଉଥିବାର ଖବର ପାଇ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ଟୋଲ ପ୍ଲାଜା ନିକଟରେ ପହଞ୍ଚତ୍ବା ପୂର୍ବରୁ ସେଠାରୁ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟର ଖସିଯିବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ...

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ

ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ...

ପିଇବା ପାଣି ପାଇଁ ୧୦୦ ପରିବାର ହଇରାଣ

ଜଳେଶ୍ୱର, ୩।୧୧(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଶିଖରପୁର ପଞ୍ଚାୟତର ନାଣ୍ଢିପୋଖରୀ ଛକଠାରେ ବସବାସ କରି ଆସୁଥିବା ପ୍ରାୟ ୧୦୦ ପରିବାର ପିଇବା...

ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା

ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜି ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧ା୧୧: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନଭେମ୍ବର ୧ରୁ ଖୋଲିଛି କୁଲଡିହା ଅଭୟାରଣ୍ୟ। ବର୍ଷା ଋତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ...

ଦୀପାବଳିରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୩୧।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଦୀପାବଳିରେ ଆସିଲା ଏକ ଖୁସି ଖବର। ବର୍ଷା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ...

ବାତ୍ୟା ଗଲା, ସରିଲାନି ଦୁର୍ଦ୍ଦଶା

ସିମୁଳିଆ, ୩୦।୧୦(ସନ୍ତୋଷ ନାୟକ): ଗୁରୁବାର ରାତିରୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ବାତ୍ୟା ‘ଦାନା’ର ତାଣ୍ଡବ ଜାରି ରହିବା ପରେ ଥମିଯାଇଥିଲା। ତେବେ ବାତ୍ୟା ଛାଡ଼ିଯିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri