Advertisement

ନିଷ୍କାସନ ହୋଇପାରୁନି ଅଦିନିଆ ବର୍ଷାପାଣି: ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ

କେନ୍ଦୁଝର,୮।୩(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁଠାରେ ୨୦ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍‌ର ଅଣ୍ଡରପାସ ରାସ୍ତାରେ ଅଦିନିଆ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଫଳରେ ଯାତାୟାତରେ ବହୁ ସମସ୍ୟା ଦେଖାଦେଉଛି। ସେହି ରାସ୍ତାରେ ଭାରୀଯାନ ଚଳାଚଳ କରି ରାସ୍ତାରେ ଖାଲ ସୃଷ୍ଟି ହୋଇଛି। ସେଠାରେ ସରକାରୀ, ବେସରକାରୀ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଆର୍‌ଆଇ ଅଫିସ, ଡାକ୍ତରଖାନା ଆଦି ରହିଛି। ବହୁବାର ଏହି ସମସ୍ୟା ବିଷୟରେ ରାଜନେତା, ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପ୍ରଭାବ ପଡ଼ିନାହିଁ। ସେଠାରେ ରାସ୍ତା ନିର୍ମାଣ କରୁଥିବା କର୍ତ୍ତୃପକ୍ଷ ଡ୍ରେନ୍‌ ନିର୍ମାଣ ନ କରି ଛାଡ଼ି ଦେଇଛନ୍ତି। ଫଳରେ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି ସହ ଡ୍ରେନ୍‌ ନିିର୍ମାଣ କରିବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share