Advertisement

ନିଷ୍କାସନ ହୋଇପାରୁନି ବର୍ଷାଜଳ: ଦୁର୍ଦ୍ଦଶାରେ ୨୦ଗଁ।ର ଗ୍ରାମବାସୀ

ଗୋପ,୨୭।୮(ଡି.ଏନ୍‌.ଏ.): ନାଗପୁର-ନୟାହାଟ ପୂର୍ତ୍ତ ବିଭାଗ ରାସ୍ତାରେ ତିନିତିଅର, ବେଦପୁର, ବାଲିକନ୍ଦଳ ଆଦି ଗ୍ରାମ ନିକଟରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ପ୍ରାୟ ୨୦ ଗାଁର ଗ୍ରାମବାସୀ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ବର୍ଷାଜଳ ଜମି ରହିବା ଯୋଗୁ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ, ପୂର୍ତ୍ତ ବିଭାଗର ଏହି ରାସ୍ତାଟି ପୁରାତନ ରାସ୍ତା ହୋଇଥିତ୍ବାରୁ ପ୍ରତ୍ୟେକ ବର୍ଷ ଏହି ରାସ୍ତା ଉପରେ ବିଭାଗ ପକ୍ଷରୁ ମରାମତି କରାଯାଇଥାଏ। ମାତ୍ର ବର୍ଷାଦିନ ଆସିଲେ ରାସ୍ତାରେ ବର୍ଷାଜଳ ଜମି ନିଷ୍କାସନ ନ ହେବାରୁ ଲୋକମାନେ ବିଭିନ୍ନ ହଇରାଣ ହୋଇଥାନ୍ତି। ଚଳିତବର୍ଷ ଏପରି ଅବସ୍ଥା ସୃଷ୍ଟି ହୋଇଥିବାବେଳେ ଏହି ନାଗପୁର-ନୟାହାଟ ରାସ୍ତାର ନାଗପୁର, ବାଲିକନ୍ଦଳ, ବେଦପୁର, ତିନିତିଅର, ଗୋଲପୁର, ବେଗୁନିଆଁ ସହିତ ଆଉ କେତେକ ଗାଁର ଯିବା ଆସିବାରେ ଅସୁବିଧା ହେଉଛି। ଏପରିକି ଖାଲ ସ୍ଥାନରେ ସ୍କୁଲ କଲେଜ ଯାଉଥିବା ଛାତ୍ରୀଛାତ୍ରମାନେ ପଡି ଆହତ ହୁଅନ୍ତି। ଏ ସମ୍ପର୍କରେ ଗୋପ ପୂର୍ତ୍ତ ବିଭାଗ ସେକ୍ସନ ଅଧିକାରୀ ନବଘନ ବେହେରା କୁହନ୍ତି, ସେହି ରାସ୍ତାର ଦୁଇପାର୍ଶ୍ୱରେ ଲୋକେ ଜବରଦସ୍ତ ରାସ୍ତା ଉପରେ ଘର କରୁଥିବାରୁ ବର୍ଷାଜଳ ଜମି ରହୁଛି। ତଥାପି ଖୁବ୍‌ଶୀଘ୍ର ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ମରାମତି କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share