Categories: ଜାତୀୟ

ନିସର୍ଗର ତାଣ୍ଡବ ଆରମ୍ଭ: ଅଲିବାଗରେ ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇ, ୩।୬: ସାମୁଦ୍ରିକ ଝଡ଼ ନିସର୍ଗ ମହାରାଷ୍ଟ୍ରର ରାୟଗଡ଼ ଜିଲାର ହରିହରେଶ୍ୱର-ଡାମନ ମଧ୍ୟବର୍ତ୍ତୀ ଅଞ୍ଚଳ ଅଲିବାଗରେ ଭୂପୃଷ୍ଠ ଛୁଇଁଛି। ନିସର୍ଗ ପ୍ରଭାବରେ ଏଠାରେ ଘଣ୍ଟାପ୍ରତି ୧୨୦ରୁ ଅଧିକ ବେଗରେ ପବନ ବହିବା ସହିତ ବର୍ଷା ଲାଗି ରହିଛି। ଅଲିବାଗ ଅଞ୍ଚଳରେ ବହୁଗଛ ଭାଙ୍ଗିବା ସହିତ କେତେକ ଘରର ଛାତ ଉଡ଼ିଯାଇଛି। ନିସର୍ଗର ପଛ ଭାଗ ଏପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ରହିଛି। ବାତ୍ୟା ଏଠାରେ ଆଗାମୀ ୬ ଘଣ୍ଟା ପର୍ଯ୍ୟନ୍ତ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ବିମାନ ବନ୍ଦରରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ାଣକୁ ବନ୍ଦ ରଖାଯାଇଛି।

Share