ନିସାହା ଗୁରୁବାରୀକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ବିଡିଓ

କେସିଙ୍ଗା, ୩୦।୧୧ (ଡି.ଏନ.ଏ.)-  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନମାଠ ପଁଚେତ୍‌ ଅଧୀନ ମୁଣ୍ଡାପଡ଼ାର ନିସାହା ବିଧବା ମହିଲା ଗୁରୁବାରୀ ରଣା(୬୦)କୁଁ କେସିଙ୍ଗା ବିଡିଓ ଭୀମସେନ ଶବର ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ସେ ଅନେକ ଦିନ୍‌ ହେଲା ରୋଗ୍‌ ଲାଗି ବଡ଼ା ଗୁଲ୍‌ଗୁଲା ହେଉଥିଲେ।
ସୂଚନା ଅନ୍‌ସାରେ ମୁଣ୍ଡାପଡ଼ା ଗଁାର ଗୁରୁବାରୀ ରଣା ୫ ଦିନ୍‌ ତଲେ ଆପ୍‌ନେ ସତୃଘନ ରଣାକୁଁ ହରେଇଛନ୍‌। ଆପ୍‌ନେର ଶୁଧିକାଯ୍‌ ବି ନୁହେ ସରେ। ଇଆଡ଼େ ନିଜେ ଗୁରୁବାରୀ ଅନେକ୍‌ ଦିନୁ ରକତ୍‌ କମଜୁରୀ ରୋଗ୍‌ରେ ପଡ଼ିଛନ୍‌। ରୋଗ୍‌ରେ ସେ ଛଟ୍‌ପଟ ହେଉଥିଲେ ବି ଡୁଂଗି ଦେଖ୍‌ବାକେ ଘରେ କେହି ନାଇଁ। ଗଲା ଗୁରୁବାର ଗୁରୁବାରୀ ରୋଗ୍‌ ବେମାରୀରେ ବିଛୋ ହେଇ ଚିକିଛା ଲାଗି ବଡ଼ାଦୁଖେ ବସରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁହୁଁଚିଥିଲେ। ଇଆଡ଼େ ଚିକିଛା କରାବାକେ ହାତେ ଫଟା କଉଡ଼ିଟେ ନାଇଁ। ନୁନମାଠ ପଁଚେତ୍‌ ସରପଁଚ୍‌କଁର ଆପ୍‌ନେ ଅକ୍ଷୟ ରଣା ଇ ଖବର ପାଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁହୁଁଚିଥିଲେ। ସେ ଗୁରୁବାରୀକଁର ଦୁଖ୍‌ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକଁୁ ଜନେଇଥିଲେ। ଖବର ପାଇ ବିଡିଓ ଡାକ୍‌ତରଖାନାରେ ପୁହୁଁଚି ଗୁରୀବାରୀକଁର ପ୍ରାଥମିକ ଚିକିଛା କରାବାର ସଂଗେ ୧୦୮ ଆମ୍ବୁଲାନ୍ସରେ ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ପଠେଇଥିଲେ। ବିଡିଓ ଗୁରୁବାରୀକୁଁ ଚିକିଛା ଲାଗି ୨ ହଜାର ଟଁକା ବି ସାହାଯ୍‌ ଦେଇଥିଲେ। ସେନ୍‌ତା ରକତ୍‌ କମଜୁରି ଦୂର କରବାର ଲାଗି ଉଷୋକଷା ଆର ଆର୍‌ଥିକ ସାହାଯ୍‌ ଯୁଗେଇ ଦେବାକେ ବିଡିଓ ଗୁରୁବାରୀକୁଁ କଥା ଦେଇଥିବାର ଜନାଯାଇଛେ। ଇ ସମିଆରେ ବ୍ଲକର ଉନିଆ କରମଚାରୀକଁର ସଂଗେ ରୋଗୀ କଲ୍ୟାଣ ସମିତିର ସଭାନେତ୍‌ରୀ ସରିତା ସିନ୍ଦୁର ବି ଉପସ୍ଥିତ ଥିଲେ।

Share