ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ବିହାର ବସ୍ତାରଠାରେ ଥିବା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ ଏଭଳି ଘଟଣା ଘଟିଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି। ୪ ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥାବାର୍ତ୍ତା ହୋଇଥାନ୍ତି। ନିସ୍ତବ୍ଧ ରାତିରେ ମନ୍ଦିରରେ ମୂର୍ତ୍ତିଗୁଡିକ କଥା ହେଉଥିବାର ଶବ୍ଦ ବାହାରକୁ ଶୁଣାଯାଏ। ମଧ୍ୟରାତ୍ରିରେ ଏହି ମନ୍ଦିର ବାଟରେ ଯାଉଥିବା ଲୋକେ ଏହା ଶୁଣିଥାନ୍ତି। ତେଣୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ କେହି ରୁହନ୍ତି ନାହିଁ। ମନ୍ଦିରରେ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିରର ଏହି ରହସ୍ୟ ନେଇ ଅନେକ ଗବେଷଣା ହୋଇଛି। କିନ୍ତୁ ମନ୍ଦିରରୁ ନିସ୍ତବ୍ଧ ରାତିରେ କଥା କହୁଥିବା ଶବ୍ଦ କିପରି ସୃଷ୍ଟି ହେଉଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।