Advertisement

ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିିଛି ଲଶ୍କର

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଏନେଇ ୪ ଲଶ୍କର ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି। ସାମ୍ବା ଜିଲାର ବାରି ବ୍ରହ୍ମା, ସୁଂଜଓ୍ବାନ୍‌ ଏବଂ କାଲୁ ଚେକ୍‌ କ୍ୟାମ୍ପ୍‌ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଛି। ସେଥିଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଜାଣିଶୁଣି ବାରମ୍ବାର ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଏହାର ଆଳରେ ଆତଙ୍କବାଦୀଙ୍କୁ କଭର ଫାୟାର ଦିଆଯାଇ ଭାରତରେ ଅନୁପ୍ରବେଶ କରାଯିବାର ଉଦ୍ୟମ ହେଉଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share