Categories: ଜାତୀୟ

ନିୟନ୍ତ୍ରଣରେ ଅଛି ଚାଇନା ସୀମା: ସେନା ମୁଖ୍ୟ

ଡେରାଡୁନ,୧୩।୬: ଭାରତୀୟ ସେନା ଏକାଡେମୀର ପାସିଂ ଆଉଟ ପରେଡରେ ଶନିବାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସେନାମୁଖ୍ୟ ଜେନରାଲ ମୁକୁନ୍ଦ ନରଓ୍ବଣେ। ସେଠାରେ ସେ କହିଛନ୍ତି ସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଛି। କମାଣ୍ଡର ଲେବଲ ସହ ଏନେଇ କଥାବାର୍ତ୍ତା ହୋଇଛି। ଏହାପରେ ସେନାମୁଖ୍ୟ କହିଛନ୍ତି, କଥାବାର୍ତ୍ତା ସକରାତ୍ମକ ରହିଥିଲା ନେପାଳ ସୀମା ବିବାଦକୁ ନେଇ ସେ କହିଛନ୍ତି, ନେପାଳ ଆମର ଭଲ ପଡ଼ୋଶୀ। ଏହାସହ ଥିବା ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର ହୋଇଯିବ। ସେହିପରି ଜମ୍ମୁ-କଶ୍ମୀର ସମସ୍ୟାକୁ ନେଇ ତାଙ୍କର ମତ ହେଲା ସେଠାକାର ଲୋକ ଏବେ ଆତଙ୍କବାଦର ରାସ୍ତାକୁ ଛାଡିବାକୁ ଲାଗିଛନ୍ତି। ସେଥିପାଇଁ ସେଠାରେ ଆତଙ୍କବାଦୀଙ୍କୁ ନିହତ କରିବାରେ ସେନାକୁ ବଡ ସଫଳତା ମିଳୁଛି।

Share