Categories: ଜାତୀୟ

ନିୟନ୍ତ୍ରଣ ରେଖାରେ ଉଡ଼ିବୁଲୁଛି ପାକିସ୍ତାନର ଏଫ୍‌-୧୬, ମିରାଜ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୦।୫: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଏଠାରେ ପାକିସ୍ତାନର ଏଫ୍‌-୧୬, ଜେଏଫ୍‌-୧୭ ଏବଂ ମିରାଜ-୩ ଯୁଦ୍ଧ ବିମାନ ଉଡ଼ିବୁଲୁଛି। ପାକିସ୍ତାନର ଏଭଳି କାର୍ଯ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ଉପରେ ସତର୍କତା ଅବଲମ୍ବନ କରାଯାଉଛି। ଭାରତୀୟ ବାୟୁସେନା ବେସ୍‌ ଆଲର୍ଟରେ ରହିଥିବା କୁହାଯାଉଛି। ପାକିସ୍ତାନ ଯୁଦ୍ଧ ବିମାନ ଉପରେ ନଜର ରଖିବା ପାଇଁ ଭାରତୀୟ ସେନା ପକ୍ଷରୁ ଏୟାରବର୍ନ ଓ୍ବାନିର୍ର୍ର୍ିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍‌ର ବ୍ୟବହାର କରାଯାଉଛି।

Share