Categories: ଜାତୀୟ

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ୨୦୧୮ଠାରୁ ଗତ ୩ ବର୍ଷରେ ୬,୮୪୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଶ୍ରୀନଗର,୧୧।୫: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗତ ୩ ବର୍ଷ ଧରି ଅଧିକ ଉତ୍ତେଜନା ସୃଷ୍ଟି ହୋଇଛି। ୨୦୧୮ଠାରୁ ଚଳିତ ୨୦୨୦ ମେ ୩ ସୁଦ୍ଧା ପାକିସ୍ତାନ ୬,୮୪୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେଥିମଧ୍ୟରୁ ୨୦୧୮ରେ ୨,୧୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେହିପରି ୨୦୧୯ରେ ପାକିସ୍ତାନ ୩,୧୬୮ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାବେଳେ ୨୦୨୦ରେ ମେ ୩ ସୁଦ୍ଧା ୧,୫୪୭ ଥର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରିଛି। ଚଳିବ ବର୍ଷ ଜାନୁୟାରୀରେ ପାକିସ୍ତାନ ୩୬୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାବେଳେ ଫେବୃୟାରୀରେ ୩୬୬, ମାର୍ଚ୍ଚରେ ୪୧୧, ଏପ୍ରିଲ୍‌ରେ ୩୮୭ ଥର ଏଭଳି କରିଛି। ସେହିପରି ମେ ୩ ସୁଦ୍ଧା ପାକିସ୍ତାନ ପକ୍ଷରୁ ୧୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଲଞ୍ଚ୍‌ପ୍ୟାଡ୍‌ରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପ୍ରୟାସ କରୁଥିବା କୁହାଯାଉଛି।

Share