Categories: ଜାତୀୟ

ନିୟନ୍ତ୍ରଣ ରେଖାରେ ବଢ଼ିଲା ଉତ୍ତେଜନା: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀରଠାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶନିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲାର ଶାହପୁର ଏବଂ କେର୍ନି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ପୂର୍ବାହ୍ନ ୯ଟା ୪୫ଠାରୁ ମୋର୍ଟାର ଶେଲିଂ ମାଡ଼ ଆରମ୍ଭ ହୋଇଥିଲା। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା ଗୁଳିଗୋଳା ମାଡ଼ କରାଯାଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଜନବସତିଗୁଡ଼ିକୁ ଖାଲି କରାଯାଇଛି।

Share