ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌ ବେଲ୍‌ ଗୀତ ବୋଲିବା ସହିତ ନାଚକୁଦ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ଜଣେ ଯବାନ ସାନ୍ତାକ୍ଲଜ୍‌ ପୋଷାକ ପିନ୍ଧି ନାଚୁଥିବା ଦୃଶ୍ୟ ମଧ୍ୟ ଭିଡ଼ିଓରେ ରହିଛି। ଯବାନମାନେ ବରଫରେ ସାନ୍ତାକ୍ଲଜ୍‌ ତିଆରି କରିଛନ୍ତି। ଏହି ୨ ମିନିଟ୍‌ ୧୧ ସେକେଣ୍ଡର ଭିଡ଼ିଓକୁ ଇତିମଧ୍ୟରେ ୮ ହଜାରରୁ ଅଧିକ ଥର ଦେଖାଯାଇଥିବାବେଳେ ବହୁ ଲାଇକ୍‌ ମିଳିଥିବା କୁହାଯାଉଛି।

Share