ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବଜାର ସ୍ଥାପନ

ସୁୁନ୍ଦରଗଡ, ୨୩ା୪ (ଡି.ଏନ୍‌.ଏ.)-ଚାଷୀମାନଙ୍କ ଉତ୍ପାଦିତ ବଳକା କୃଷିଜାତ ଦ୍ରବ୍ୟକୁ ଠିକ ଭାବେ ବିକ୍ରି କରିବା ସହିତ ଚାଷୀ ଏବଂ ବ୍ୟବସାୟୀମାନଙ୍କ ହିତକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ବଜାର କମିଟି ସର୍ଗିପାଲି ତରଫରୁ ସୁନ୍ଦରଗଡ଼ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଳ ବିଭାଜିକା ମିଶନର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପୀତବାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାସ ,ଜିଲା ଉଦ୍ୟାନବିଭାଗ ଅଧିକାରୀ ଦୟାନିଧି ରାଉତ, ସମବାୟ ସମିତି ସମୂହ ସୁନ୍ଦରଗଡ଼ ମଣ୍ଡଳ ଉପନିବନ୍ଧକ ଜେରମ୍‌ କେରକେଟା, ସହକାରୀ ନିବନ୍ଧକ ସମବାୟ ସମିତି ସୁନ୍ଦରଗଡ଼ ଗାବ୍ରିଏଲ ସୋରେନ୍‌ ,ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ, ରାଜ୍ୟ କୃଷିବିପଣନ ପରିଷଦ ଭୁବନେଶ୍ୱରର ସୁବ୍ରତ କୁମାର ପାଲ, ପ୍ରହଲ୍ଲାଦ ନାଏକ ,ବଣାଇଁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଉମେଶ ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ସୁନ୍ଦରଗଡ଼ ଉପଖଣ୍ଡ ଓ ବଣାଇଁ ଉପଖଣ୍ଡରେ ଚାଷୀଙ୍କ ପାଇଁ ନୂତନ ମଣ୍ଡି ସ୍ଥାପନ ପାଇଁ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା । ପରବର୍ତ୍ତୀ ସମୟରେ ଉଜ୍ଜଳପୁର ଓ ଗିରିଙ୍ଗକେଲାରେ ଆୟୋଜିତ ବୈଠକରେ ଚାଷୀ ଓ ବ୍ୟବସାୟୀମାନଙ୍କ ମତାମତ ପରେ ଉଜ୍ଜଳପୁରରେ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କ ପୋଟଳ ,ତରଭୁଜ ଓ ଅନ୍ୟାନ୍ୟ ରବିଚାଷ ସାମଗ୍ରୀ ବିକ୍ରି ପାଇଁ ସ୍ବତନ୍ତ୍ର ମଣ୍ଡି ଖୋଲିବା ଲାଗି ନିଷ୍ପତ୍ତି ହୋଇଛି । ଏହି ମଣ୍ଡି ସ୍ଥାପନ ହେଲେ ସୁନ୍ଦରଗଡ଼ ଜିଲାର ହେମଗିର,ଲେଫ୍ରିପଡା ଓ ଟାଙ୍ଗରପାଲି ବ୍ଲକର ଚାଷୀ ଓ ବ୍ୟବସାୟୀମାନେ ଉପକୃତ ହୋଇପାରିବେ । ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ ଉପରୋକ୍ତ ବୈଠକରେ ଯୋଗଦେଇ ଏହି ମଣ୍ଡି ସ୍ଥାପନ ପରେ ଚାଷୀମାନେ ସେମାନଙ୍କ ଉପତ୍ାଦିତ କୃଷିଜାତ ଦ୍ରବ୍ୟକୁ ଉଚିତ୍‌ ଦରରେ ବିକ୍ରି କରିବାର ସୁବିଧା ପାଇପାରିବେ କହିଛନ୍ତି ା