ଛତ୍ରପୁର,୨୬ା୯(ଡି.ଏନ.ଏ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ବୈଷୟିକ କାମ ସରିଛି। ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଓଏସ୍ଆର୍ଟିସି ଓ ଅନ୍ୟ ରାଜ୍ୟକୁ ଯାଉଥିବା ଘରୋଇ ବସ୍ ହଳଦିଆପଦର ବସଷ୍ଟାଣ୍ଡକୁ ଯିବ ା ଅନ୍ୟପକ୍ଷରେ ଓଡ଼ିଶା ତଥା ଗଞ୍ଜାମ ଜିଲାର ଘରୋଇ ବସ୍ଗୁଡିକ ପୂର୍ବ ଭଳି ରୁଟ୍ରେ ଚାଲିବ ା ତେବେ ଏଗୁଡିକର ରହଣିସ୍ଥଳ (ଷ୍ଟପେଜ) କମ୍ କରାଯାଇଛି ା ବ୍ରହ୍ମପୁରରେ କେବଳ ୪ଟି ଷ୍ଟପେଜ ଯାଥା ହରିଡାଖଣ୍ଡି ଧୋବାବନ୍ଧ ରୋଡ୍ ଛକ, କର୍ପୋରେଶନ ରୋଡ୍, ଇଞ୍ଜିନିୟରିଂ କଲେଜ ଓ ବଡ ମେଡିକାଲ ଛକ ରହିଛି। ସିଟି ହସ୍ପିଟାଲ, କୋର୍ଟପେଟା ଆଦି ଛକରେ ୨ ତାରିଖରୁ ଆଉ ଘରୋଇ ବସ୍ଗୁଡିକ ରହିବନି କି ଯାତ୍ରୀ ଉଠାଇପାରିବେନି ା ସିଟି ବସ୍ଗୁଡିକ ପାଇଁ ଉକ୍ତ ଷ୍ଟପେଜ୍ ନିୟମ ଲାଗୁ କରାଯାଇନି। ହଳଦିଆପଦରରୁ ବ୍ରହ୍ମପୁରକୁ ସଟଲ୍ ବ୍ୟବସ୍ଥା ଆରମ୍ଭ ହେବ ା ଏକ ମାସ ଧରି ପରୀକ୍ଷାମୂଳକ ଭାବେ ଏହା ଚାଲିବ ା ସମସ୍ତ ସିଟି ବସରେ ଜିପିଏସ୍ ଲାଗିବ ା ସିଟି ବସଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୭୯ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ା
ରାସ୍ତା ଉପରେ ଗାଡି ପାର୍କିଂ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଥିବା ଜିଲାପାଳ କହିଛନ୍ତି। ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ବ୍ରହ୍ମପୁର ସହରରେ ଟ୍ରାଫିକ ବ୍ୟବସ୍ଥା ସୁଦୃୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ା
ବସ ଓ ବିଭିନ୍ନ ଯାନ ଉପରେ ୧୪୦ ସିସି କ୍ୟାମେରା ୨୮ ସ୍ଥାନରେ ଜଗିବ। ପୂର୍ବରୁ ୫ଟି ସ୍ଥାନରେ ୪୦ ସିସି କ୍ୟାମେରା ଲାଗିଛି ା ଆହୁରି ୨୩ ସ୍ଥାନରେ ୧୦୦ ସିସି କ୍ୟାମେରା ଲାଗିବ ବୋଲି ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ମହାଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ସହରକୁ ଜବରଦଖଲ ମୁକ୍ତ କରାଯିବ। ଆଉ ୩ ସ୍ଥାନରେ ଭେଣ୍ଡିଂ ଜୋନ୍ କରାଯିବ ା ପାର୍କିଂ ବ୍ୟବସ୍ଥା କରି ସହରରେ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ହୋଇଛି ା
ବର୍ତ୍ତମାନ ସୁଦ୍ଧା ୧୦୦ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଛି। ସେମାନେ ପାର୍କିଂ ବ୍ୟବସ୍ଥା କରିବେ ବୋଲି ଜିଲାପାଳ କହିଛନ୍ତି। ବୁଲା ଗୋରୁଙ୍କୁ ଉଠାଇବା ବ୍ୟବସ୍ଥା ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ା ଦ୍ୱିତୀୟ ପର୍ଯ୍ୟାୟରେ ଜାତୀୟ ରାଜପଥ, ଛତ୍ରପୁର ଓ ଗୋପାଳପୁର ଏନଏସିରେ ଏହା ତ୍ୱରାନ୍ବିତ ହେବ ା ପରେ ଆସିକା, ଭଞ୍ଜନଗର, ହିଞ୍ଜିଳି ଆଦି ଅଞ୍ଚଳରେ ରାସ୍ତାରୁ ବୁଲା ଗୋରୁ ଉଠାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଗଞ୍ଜାମ ଆର୍ଟିଓ ସଞ୍ଜୟ ବିଶ୍ୱାଳ ଓ ଏନ୍ଏଚଏଆଇ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ା