ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା

ଆସିକା,୧୨ା୪(ଡି.ଏନ୍‌.ଏ.): କରୋନା ରୋକିବା ପାଇଁ ଜନସାଧାରଣ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶନିବାର ଆସିକା ଏନଏସି ଅଞ୍ଚଳରେ ତହସିଲଦାର ସଦାନନ୍ଦ ସେଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ସହରର ବିଭିନ୍ନ ସ୍ଥାନ ବୁଲି ନିୟମ ଉଲ୍ଲଂଘନକାରୀଙ୍କୁ ଥିବା ଲୋକଙ୍କୁ ଧରପଗଡ କରିଥିଲେ। ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଠାରୁ ୨ଶହ ଟଙ୍କା ଲେଖାଏ ଏବଂ ବାଇକରେ ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଠାରୁ ସମୁଦାୟ ୭,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି।

Share