ନିୟମ ଉଲ୍ଲଂଘନକାରୀଙ୍କୁ ଜଳଖିଆ ମନା

ଭୁବନେଶ୍ୱର,୨୫ା୪ (ବ୍ୟୁରୋ): କୋଭିଡ-୧୯ ପାଇଁ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଛି। କେବଳ ପାର୍ସଲ ନେବା ପାଇଁ କିଛି ହୋଟେଲ ଖୋଲା ରହିଛି। ରାଜଧାନୀର ଶହୀଦ ନଗର ସ୍ଥିତ ନିୟୁ ବିଦ୍ୟା ଗାଙ୍ଗୁରାମରେ ସମସ୍ତ ନିୟମକୁ ଶୃଙ୍ଖଳିତ ଭାବେ ପାଳନ କରାଯାଇ ବିଭିନ୍ନ ପ୍ରକାର ମିଠା, ବରା, ଆଳୁଚପ, ସିଙ୍ଗଡା, ପନିର୍‌ ଚପ୍‌, କଚୁଡି ଆଦି ବିକ୍ରି କରାଯାଉଛି। ଯେଉଁମାନେ ଗାଡ଼ି ଧରି ଦୋକାନକୁ ଆସି,ସାମାଜିକ ଦୂରତା ରକ୍ଷା ବା ମାସ୍କ ପିନ୍ଧୁନାହାନ୍ତି, ସେମାନଙ୍କୁ ଜଳଖିଆ ଦିଆଯାଉନି। ଯେଉଁ ଗ୍ରାହକମାନେ ବିଏମସି ଓ କମିଶନରେଟ ପୋଲିସର ସମସ୍ତ ନିୟମକୁ ପାଳନ କରୁଛନ୍ତି ସେମାନଙ୍କୁ ପାର୍ସଲ ଯୋଗେ ଯୋଗାଇ ଦିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଦୋକାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କୋଭିଡ-୧୯ ରାପିଡ ଆଣ୍ଟି ବଡି ଟେଷ୍ଟ କରାଯାଇଛି। ଗ୍ରାହକଙ୍କଠାରୁ ଟଙ୍କା ଗ୍ରହଣ ବା ଫେରସ୍ତ ପରେ ସାନିଟାଇଜର ଏବଂ ହ୍ୟାଣ୍ଡଓ୍ବାଶ ବ୍ୟବହାର କରିବାକୁ ଦିଆଯାଉଛି।

Share