ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ଦୋକାନୀ ଗିରଫ

ଭଦ୍ରକ ଅଫିସ,୨୧।୪: ଭଦ୍ରକ ଜିଲାରେ ୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ କରୋନା ରୋଗୀ ଚି଼ହ୍ନଟ ହେବା ପରେ ବ୍ଲକରେ ୨କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥିସହ ଲକ୍‌ଡାଉନ କଟକଣାକୁ କଡ଼ାକଡ଼ି କରାଯାଇଛି। ହେଲେ ଏହା ସତ୍ତ୍ୱେ ବି କେତେକ ଲୋକ ଏହି କଟକଣାକୁ ମାନୁ ନ ଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଲକ୍‌ଡାଉନ୍‌ ଉଲ୍ଲଂଘନ ଅଭିଯୋଗରେ ଭଣ୍ଡାରିପୋଖରୀର ୩ଜଣ ଦୋକାନୀଙ୍କୁ ଗିରଫ କରାଯାଇଥିବା ନେଇ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଟୁଇଟ କରି ସୂଚନା ଦେଇଛନ୍ତି।

Share