Categories: ଜାତୀୟ

ନିୟମ ଉଲ୍ଲଂଘନ କଲେ ପୋଲିସ ଦେବେ ୨ ଗୁଣା ଜରିମାନା

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସାଧାରଣ ଜନତା ମୋଟା ଅଙ୍କର ଜରିମାନା ଗଣୁଥିବା ଦେଖିବାକୁ ମିଳିଛି। ହେଲେ ବୁଧବାର ଦିଲ୍ଲୀ ଜଏଣ୍ଟ ଟ୍ରାଫିକ୍‌ ପୋଲିସ କମିଶନର, ମିନୁ ଚୌଧୁରୀ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ପୋଲିସ ଡ୍ୟୁଟିରେ ଥିବା ସମୟରେ ଅଥବା ନିଜର ପ୍ରାଇଭେଟ ଗାଡି ବ୍ୟବହାର କରୁଥିବା ସମୟରେ ମୋଟର ଯାନ ଆଇନର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କୁ ୨ ଗୁଣା ଜରିମାନା ଦେବାକୁ ପଡିବ। ଏହି ନିର୍ଦ୍ଦେଶର କପିକୁ ଦିଲ୍ଲୀର ପ୍ରାୟ ସମସ୍ତ ପୋଲିସ ଷ୍ଟେଶନକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ବହୁଥର ପୋଲିସ କର୍ମୀ ନିୟମ ଭାଙ୍ଗୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାସହ ନୂଆ ମୋଟର ଯାନ ନିୟମ ପରେ ସାଧାରଣ ଜନତାଙ୍କର ପ୍ରଶ୍ନ ଥିଲା ଯେ ଏହି ନିୟମ କ’ଣ କେବଳ ସାଧାରଣ ଜନତାଙ୍କ ପାଇଁ।

Share