ନିୟମ ଉଲ୍ଲଘଂନ କରିଥିବା ୪ଜଣଙ୍କ ନାମରେ ମାମଲା

ବାଲେଶ୍ୱର ଅଫିସ, ୨୭।୩-ବାଲେଶ୍ୱର ଜିଲାରେ ହୋମ କ୍ୱାରାଣ୍ଟାଇନରେ ରହିଥିବା ଲୋକଙ୍କ ଘର ବାହାରେ ନିର୍ଦ୍ଧାରିତ ଫର୍ମ ଓ ପୋଷ୍ଟର ଲଗାଇବାକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଘର ବାହାରେ ଚଳପ୍ରଚଳ ନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ହେଲେ ଏହି ନିୟମକୁ ଉଲ୍ଲଘଂନ କରିଥିବା ୪ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାକୁ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୧୫ଜଣ ଓ ରାଜ୍ୟ ବାହାରୁ ଆସିଥିବା ମୋଟ ୧୦୪୬୬ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।