ନିୟମ ଉଲ୍ଲଘଂନ, ୩ ଦୋକାନୀଙ୍କୁ ଜରିମାନା

ବୁଗୁଡ଼ା,୮ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାକୁ ରୋଡ୍‌ଜୋନ ଘୋଷଣା କରାଯାଇଛି। ଏଭରି ପରିସ୍ଥିତିରେ କେତେକ ଦୋକାନ ୭ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା କଥା। କିନ୍ତୁ ଏହି ଆଇନ ଉଲ୍ଲଘଂନ କରି ବୁଗୁଡ଼ା ସହରର କେତେକ ଦୋକାନୀ ୧୨ ଘଣ୍ଟା ପରେ ମଧ୍ୟ ଦୋକାନ ଖୋଲିଥିଲେ। ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ପୋଲିସ ଏସ୍‌ଆଇ କାର୍ତ୍ତିକ ନାୟକ ସଦଳବଳ ପହଞ୍ଚତ୍ ଉକ୍ତ ଦୋକାନ ଉପରେ ଚଢ଼ାଉ କରିଥିଲେ। ୩ ଦୋକାନୀଙ୍କ ଠାରୁ ୧୦୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି।

Share