ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ। ତାଙ୍କର ଫୋନ ହେଉ କି, ସାଣ୍ଡେଲ ସମ୍ପର୍କରେ ଆପଣମାନେ କିଛି ନା କିଛି ତ ଜାଣିଥିବେ। ହେଲେ ଟିକେ ଚିନ୍ତା କରନ୍ତୁ ତାଙ୍କୁ ଯଦି କେହି ଉପହାର ଦିଅନ୍ତି, ତେବେ ତାହା କେତେ ବିଳାଶପୂର୍ଣ୍ଣ ହେବା ଦରକାର। ଉପହାର ଆକାରରେ ତାଙ୍କୁ ମିଳିଥିବା ବିଳାସପୂର୍ଣ୍ଣ ଜେଟର ବିଶେଷତ୍ୱ ସମ୍ପର୍କରେ ….

୫୭ ବର୍ଷୀୟା ନୀତା ଗାଡ଼ି ବଦଳରେ ବ୍ୟକ୍ତିଗତ ଜେଟରେ ବୁଲିବାକୁ ବେଶ୍‌ ପସନ୍ଦ କରନ୍ତି। ତାଙ୍କ ନିକଟରେ ଅଛି ଏୟାର ବସ-୩୧୯ ଲକ୍ଜୁରି ପ୍ରାଇଭେଟ ଜେଟ। ଏଥିରେ ଏକସଙ୍ଗରେ ୧୦-୧୨ ଲୋକ ଯାତ୍ରା କରିପାରିବେ। ଆଉ ଏହି ବିଳାସପୂର୍ଣ୍ଣ ଜେଟରେ ରହିଛି ଏକ ଅଫିସ, ଗେମ୍‌ କନସୋଲ କେବିନ, ମ୍ୟୁଜିକ ସିଷ୍ଟମ, ସାଟେଲାଇଟ୍‌ ଟେଲିଭିଜନ, ମାଷ୍ଟର ବେଡ୍‌ରୁମ, ବିଭିନ୍ନ ପ୍ରକାରର ଶାଓ୍ବାର ଥିବା ଏକ ବଡ଼ ବାଥରୁମ। ଏହାଛଡ଼ା ମୁଡ୍‌ ଲାଇଟିଂ ସିଷ୍ଟମ ଥିବା ଏକ ବାର ମଧ୍ୟ ରହିଛି ଏହି ପ୍ରାଇଭେଟ୍‌ ଜେଟରେ। ନୀତାଙ୍କୁ ତାଙ୍କ ୪୪ ତମ ଜନ୍ମଦିନ ଅବସରରେ ଏହି ଜେଟକୁ ଉପହାର ସ୍ବରୂପ ଦେଇଥିଲେ ସ୍ବାମୀ ମୁକେଶ ଅମ୍ବାନୀ। ୨୦୦୭ରେ ଏହାର ମୂଲ୍ୟ ଥିଲା ୨୩୦ କୋଟି ଟଙ୍କା।

Share