Categories: ଜାତୀୟ

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କହିଛନ୍ତି ଏଭଳି ଉତ୍ସବ ଯଦି ନବରାତ୍ରରେ ଆୟୋଜନ କରାଯାଇଥାନ୍ତା ତେବେ କେତେ ସୁନ୍ଦର ହୋଇଥାନ୍ତା। ଗିରିରାଜଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗିରିରାଜ ଇଫତାର୍‌ରେ ଯୋଗଦେଇଥିବା ନୀତିଶ କୁମାର, ଜୀତନ୍‌ ରାମ ମାଝିଂ, ସୁଶୀଲ ମୋଦି ଏବଂ ରାମବିଳାସ ପାଶଓ୍ବାନଙ୍କ ଫଟୋ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ବିହାରରେ ଭାଜପା, ଜେଡିୟୁ ଏବଂ ଏଲଜେପି ମେଣ୍ଟ ସରକାର ଗଠନ କରିଛନ୍ତି।

Share