ମାଧପୁର, ୨୯ା୮- କେନ୍ଦ୍ରୀୟ ନୀତି ଆୟୋଗ ଟିମର ଦୁଇଜଣିଆ ସଦସ୍ୟ ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମାନଜୋର ଜଳପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏଥିସହ ପ୍ରକଳ୍ପ ଅଧିକାରୀ, କୃଷକ ନେତା ଓ ଚାଷୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ କନ୍ଧପଡା ଉଠାଜଳସେଚନ ପ୍ରକଳ୍ପ ବୁଲି ଦେଖିଥିଲେ। ଅନଗୁଳ ଜଳସେଚନ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡା, ମାନଜୋର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଉପନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।