Categories: ଜାତୀୟ

ନୀତି ଆୟୋଗ ପୁନର୍ଗଠିତ

ନୂଆଦିଲ୍ଲୀ୍‌,୭ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ଏଥିରେ ସେ ପୂର୍ବଭଳି ରାଜୀବ କୁମାରଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଏଥିରେ ଏକ୍ସ ଅଫିସିଓ ସଦସ୍ୟ ରଖାଯାଇଛି।
ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍‌ଙ୍କୁ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟଭାବେ ଏଥିରେ ନିଆଯାଇଛି। ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ, ବାଣିଜ୍ୟ, ଶିଳ୍ପମନ୍ତ୍ରୀ ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ, ସାମାଜିକ ନ୍ୟାୟ ମନ୍ତ୍ରୀ ଥଓ୍ବରଚାନ୍ଦ ଗେହଲଟ ଓ ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରରଜିତ୍‌ ସିଂଙ୍କୁ ଏଥିରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟଭାବେ ସ୍ଥାନ ମିଳିଛି। ସମ୍ପ୍ରତି ପ୍ୟାନେଲରେ ଥିବା ସଦସ୍ୟ ଭି.କେ. ସାରସ୍ବତ, ରମେଶ ଚାନ୍ଦ ଓ ଭି.କେ. ପଲ ସଦସ୍ୟ ପଦ ବଜାୟ ରଖିଛନ୍ତି।

Share