Categories: ଜାତୀୟ

ନୀତୀଶ କୁମାରଙ୍କ ଗାଡି ଉପରକୁ କାଳିମାଡ

ପାଟନା,୨୪।୯: ବିହାର ମୁଜଫରନଗରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ମଙ୍ଗଳବାର ଗରିବ ଜନକ୍ରାନ୍ତି ଦଳର କର୍ମକର୍ତ୍ତମାନେ କାଳି ମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି। ଏଥିସହ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ସହ ନାରା ଲଗାଇଥିଲେ। ସୂଚନାଯୋଗ୍ୟ, ମୁଜଫରନଗରର ଏସ୍‌କେଏମ୍‌ସିଏଚ୍‌ରେ ପିଏସିୟୁ ଓ ଅନ୍ୟ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ନୀତୀଶ ଯାଉଥିବା ବେଳେ କର୍ମକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ କରୁଛି ପୋଲିସ।

Share