Categories: ଜାତୀୟ

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ

ପାଟନା,୫।୧୧: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ମଙ୍ଗଳବାରଠାରୁ ଆଉ ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ ରାସ୍ତାରେ ଗଡ଼ିବନି। ସୋମବାର ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣି ପରେ ନୀତୀଶ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ଯୋଜନା କରାଯାଇଥିବା ମୁଖ୍ୟ ସଚିବ ଦୀପକ କୁମାର ସୂଚନା ଦେଇଛନ୍ତି। ତେବେ ଘରୋଇ ଯାନ ଗୁଡ଼ିକର ପ୍ରଦୂଷଣ ଯାଞ୍ଚ୍‌ କରାଯିବ ବୋଲି ସେ କହିଛନ୍ତି।

Share