Categories: ବାଣିଜ୍ୟ

ନୀରବଙ୍କଠୁ ୭୨୦୦ କୋଟି ଅସୁଲ କରିବ ବ୍ୟାଙ୍କ

ନୂଆଦିଲ୍ଲୀ,୬-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ଶନିବାର ଭଲ ଖବର ମିଳିଛି। ଡେଟ୍‌ ରିକଭରୀ ଟ୍ରିବ୍ୟୁନାଲ(ଡିଆର୍‌ଟି) ତାଙ୍କର ଅନ୍ତିମ ରାୟ ଶୁଣାଇଛନ୍ତି। ପିଏନ୍‌ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ କମ୍ପାନୀଙ୍କ ଠାରୁ ସୁଧ ସମେତ ୭୨୦୦ କୋଟି ଟଙ୍କା ଆଦାୟ କରିବାକୁ ଡିଆର୍‌ଟି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ବ୍ୟାଙ୍କ ଭାବେ ପିଏନ୍‌ବି ଗତବର୍ଷ ଜୁଲାଇରେ ଡିଆର୍‌ଟିରେ ନୀରବଙ୍କ ବିରୋଧରେ ମାମଲା ଦାଏର କରିଥିଲା। ବକେୟା ବାବଦରେ ୭ ହଜାର କୋଟି ଟଙ୍କା ଆଦାୟ କରିବା ଲାଗି ପିଏନ୍‌ବି ଆବେଦନରେ ଦର୍ଶାଇଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ ସମୂହ ପରେ ୨୦୦ କୋଟି ଟଙ୍କା ଆଦାୟ କରିବା ଲାଗି ସ୍ବତନ୍ତ୍ର ଭାବେ ଆଉ ଏକ ଆବେଦନ ପରେ ଦେଇଥିଲେ। ଡିଆର୍‌ଟି ମୁମ୍ବାଇର ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଦୀପକ ଥକ୍କର ପିଏନ୍‌ବିର ଦୁଇଟି ସ୍ବତନ୍ତ୍ର ମାମଲାରେ ନୀରବ ଓ ପାର୍ଟନରଙ୍କୁ ଯଥାକ୍ରମେ ୭୦୨୯.୦୬ କୋଟି, ୮୭,୯୫୦.୬୫ କୋଟି ଟଙ୍କା, ବାର୍ଷିକ ୧୪.୩୦ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share