ନୀରବତା ବି କହି ଦେଇଥାଏ ବହୁ କଥା: ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଭାବୁକ ହେଲେ ବିଦ୍ୟୁତ୍‌ ଜାମଓ୍ବାଲ

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ସୋସିଆଲ୍‌ ମିଡ଼ିଆରେ ବହୁ ୟୁଜର ନାନା ମନ୍ତବ୍ୟ ଦେଉଛନ୍ତି। ତେବେ ଦୁଇ ଦିନ ଧରି ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ ସୁଶାନ୍ତଙ୍କ ସମ୍ପର୍କରେ ସୋସିଆଲ୍‌ ମିଡ଼ିଆରେ କିଛି କହି ନ ଥିଲେ। ଏନେଇ ତାଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ବେଳେବେଳେ ନୀରବତା ବି ବହୁ କଥା କହି ଦେଇଥାଏ । ଦୁଃଖରେ ଆଖିରେ ଲୁହ ନ ଥିଲେ ଅବା ଭାବାବେଗ ପ୍ରକାଶ ପାଇଁ ନ ଲେଖି ପାରିଲେ ବି ନୀରବତାରେ ଶୋକ ପ୍ରକାଶ କରି ହୋଇଥାଏ ବୋଲି ସେ ଟୁଇଟ୍‌ କରି କହିଥିଲେ।

Share