Categories: ବାଣିଜ୍ୟ

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୭-୧୧: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜାମିନ ଆବେଦନକୁ ଲଣ୍ଡନର କୋର୍ଟ ପୁଣିଥରେ ଅଗ୍ରାହ୍ୟ କରି ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପ୍ରାୟ ୧୪୦୦୦ କୋଟି ଟଙ୍କାର ଋଣ ଠକେଇରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବଙ୍କ ଜାମିନ ମାମଲା ଉପରେ ବୁଧବାର ଶୁଣାଣି ହୋଇଥିଲା। ଏହା ପୂର୍ବରୁ ଅଦାଲତ ୪ଥର ନୀରବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ପରେ ତାଙ୍କୁ ଦକ୍ଷିଣ ପଶ୍ଚିମ ଲଣ୍ଡନର ଓ୍ବାଣ୍ଡସଓର୍ଥ ଜେଲକୁ ପଠେଇ ଦିଆଯାଇଛି। ଏହି ମାମଲାର ଶୁଣାଣି ଡ଼ିସେମ୍ବର ୪ରେ ହେବାକୁ ଥିବା ବେଳେ ନୀରବ ଭିଡିଓଲିଙ୍କ ଯୋଗେ ହାଜର ହେବ ବୋଲି ଜଣାପଡିଛି।

Share