Categories: ବାଣିଜ୍ୟ

ନୀରବ ମୋଦିଙ୍କ ରିମାଣ୍ଡ ବଢିଲା

ନୂଆଦିଲ୍ଲୀ,୧୮-୧୦: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୧୧ଯାଏ ବଢାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩,୫୦୦ କୋଟିରୁ ଉର୍ଦ୍ଧ୍ୱ ଋଣ ଠକେଇ ମାମଲାରେ ଏବେ ତାଙ୍କ ନାମରେ ପ୍ରତ୍ୟାର୍ପଣ ମାମଲା ଚାଲିଛି। ସେ ଲଣ୍ଡନ ଜେଲରେ ଥିବା ବେଳେ ଭିଡ଼ିଓ ଲିଙ୍କ ଯୋଗେ ନିୟମିତ ରିମାଣ୍ଡ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଆସନ୍ତା ବର୍ଷ ମେ ୧୧ରୁ ୧୫ ଯାଏ ତାଙ୍କର ପ୍ରତ୍ୟାର୍ପଣ ଶୁଣାଣୀ ହେବ ବୋଲି ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ କୋର୍ଟର ବିଚାରପତି ନିନା ତାମ୍ପିଆ ସ୍ପଷ୍ଟ କରିଛନ୍ତି। ନୀରବ ମୋଦି ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଲଣ୍ଡନର ଓ୍ବଣ୍ଡସଓ୍ବର୍ଥ ଜେଲରେ ଅଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ପ୍ରତ୍ୟାପଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

Share