Categories: ବାଣିଜ୍ୟ

ନୀରବ ମୋଦିଙ୍କ ହାଜତ ମିଆଦ ବଢ଼ିଲା

ଲଣ୍ଡନ,୧୨।୬ – ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତଳ ଘୋଷିତ ବ୍ୟବସାୟୀ ନୀରବ ମୋଦିଙ୍କ ନାମରେ ବର୍ତ୍ତମାନ ପ୍ରତ୍ୟର୍ପଣ ମାମଲା ଜାରି ରହିଛି। ଉକ୍ତ ମାମଲାରେ ଲଣ୍ଡନ କୋର୍ଟଙ୍କ ପକ୍ଷରୁ ତାଙ୍କୁ ଜୁଲାଇ ୯ ଯାଏ ରିମାଣ୍ଡରେ ନିଆଯାଇଛି। ଏଥିଲାଗି ତାଙ୍କ ହାଜତ ମିଆଦ ବଢ଼ାଯାଇଥିବା ଜଣାପଡ଼ିଛି। ୪୯ ବର୍ଷୀୟ ଏହି ହୀରା ବ୍ୟବସାୟୀ ବର୍ତ୍ତମାନ ଓ୍ବାଣ୍ଡସଓ୍ବର୍ଥ ଜେଲରେ ରହୁଛନ୍ତି। ଗତ ବର୍ଷ ମାର୍ଚ୍ଚ ଆରମ୍ଭରେ ତାଙ୍କୁ ଗିରଫ କରାଯାଇଥିଲା। ରିମାଣ୍ଡ ଶୁଣାଣି ଲାଗି ସେ ଓ୍ବେଷ୍ଟ ମିନଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ଭିଡିଓଲିଙ୍କ୍‌ ଜରିଆରେ ହାଜର ହୋଇଥିବା ଜଣାପଡିଛି।

Share