ନୀଳକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ସଇଁତଲା, ୨୩।୧ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ସଦର ପଁଚେତ୍‌ ଅଧୀନ କର୍ଲାବାହାଲି ଗଁାର ନୀଳ ନାଏକ(୬୦)। ସେ ଆଏଜ୍‌କେ ୨୫ ବଛର ହେଲା ଗଁାନୁ ଖଁଡ଼େ ଦୂରେ ଥିବାର ଜଂଗଲ ତରେ ରହୁଥିବାର ବାବ୍‌ଦେ ଗଲା ୧୬ ତାରିଖ୍‌ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସଇଁତଲା ବିଡିଓକଁର ନିରଦେଶରେ ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ସଂଗ୍ରାମ ମିଶ୍ର, ବ୍ଲକ ପ୍ରୋଜେକ୍ଟ କୋ-ଅର୍ଡିନେଟର କ୍ରୀଷ୍ଣାମୟୀ ଛତ୍ରିଆ, ବରିଷ୍ଠ କିରାଣୀ ଗଣେଶରାମ ବେହେରା ଆର ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ଖଗେଶ୍ୱର କମ୍ପ ନୀଳକଁର ଘରେ ପୁହୁଁଚି ତାକର ହାଲ୍‌ଚାଲ ବୁଝିଛନ୍‌।
ପୂର୍ବର ସୂଚନା ଅନ୍‌ସାରେ ଇଇଁତଲା ପଁଚେତ୍‌ କର୍ଲାବାହାଲି ଗଁାର ନୀଳ ନାଏକ(୨୫)। ଆଏଜ୍‌କେ ୨୫ ବଛର ହେଲା ଗଁା ପାସର ଜଂଗଲ ତରେ ଥିବାର ନିଜର ଜମିରେ ଗୁଟେ କୁରିଆ କରି ରହୁଛନ୍‌। ସେ କୁରିଆର ଅବସ୍‌ତା ଏନ୍‌ତା ଯେ ଧୁକାଗରେଲ କି ବରକଷିଆ ବରଷା ହେଲେ ସେଟା ମାଡ଼ି ବସ୍‌ବା। କୁରିଆରେ ବାଉଁଶର ଖଟ୍‌ ଖଁଡ଼େ, ବାସନକୁସନ ଗୁଡ଼ାଦୁ ଆର ଫଟା କମଲଟେ ଅଛେ। ସରକାରୀ ସାହାଯ୍‌ ହିସାବେ ସେ ପଁଚେତ୍‌ରୁ ମାସିକ ୫ କେ.ଜି. ଚାଉଲ ପାଉଛନ୍‌। ହେଲେ ସେଥ୍‌ରେ ମାସେ ଚଲବାର ସମ୍‌ଭବ ନୁହେ। ଏନ୍‌ତାଥି ସେ ଗଁାର ଲୁକ୍‌କରନୁ ମାଗିଯାଚି ଚଲୁଛନ୍‌। ନୀଳ ବିହାଚୁରା ହେଇଥିଲେ ହେଲେ ବଛର କେତେଟା ଭିତରେ ତାକର ମାଏକିନା ଆରପାରକେ ଚାଲିଗଲେ। ସେଦିନ୍‌ଠାନୁ ନୀଳ ଏକ୍‌ଲିଆ ଜୀବନ୍‌ ବିତଉଛନ୍‌। ନୀଳକଁର ଦୁରଦଶାକେ ନେଇ ଗଲା ୧୬ ତାରିଖ ଧରିତ୍ରୀରେ ନିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବ୍ଲକ ପରଶାସନ ନୀଳକୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଛେ। ସେନ୍‌ତା ଆଏବାର ମାସ୍‌ଠାନୁ ଭତା ଆର ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ଯୁଗେଇ ଦିଆଯିବା ବଲି ସାମାଜିକ ସୁରକ୍ଷା ଅଧ୍‌କାରୀ ମିଶ୍ର କହିଛନ୍‌। ଇ ବାବ୍‌ଦେ ନୀଳକୁଁ ପଚ୍‌ରାଲାରୁ ଧରିତ୍ରୀ ଖବର କାଗଜରେ ମୋର ଦୁଖ୍‌ ଦୁରଦଶା ବାବ୍‌ଦେ ବାହାରଲାରୁ ପରଶାସନ ମୋତେ ସାହାଯ୍‌ ଦେଇଛେ। ଇଥିରଲାଗି ମୁଇଁ ହୁରୁଦ୍‌ ଭିତରୁ ଧରିତ୍ରୀ ପରିବାରକେ ଧଏନବାଦ ଦେଉଛେଁ ବଲି ସେ ଆଏଁଖ୍‌ ଛଲ୍‌ ଛଲ୍‌ କରି କହିଥିଲେ।

Share