ନୀଳଗିରିକୁ ପଶିଲେ ୪୫ରୁ ଊର୍ଦ୍ଧ୍ୱ ହାତୀ, ଲୋକେ ଆତଙ୍କିତ

ସଜନାଗଡ଼,୨୫।୧୧(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ବାଲେଶ୍ୱର ଜିଲା ନୀଳଗିରି ବନାଞ୍ଚଳକୁ ଚାଲିଆସୁଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାର ହୋଇ ମୟୂରଭଞ୍ଜରେ ଥିବାବେଳେ ସୋମବାର ଭୋରରେ ହାତୀପଲ ନୀଳଗିରି ରେଞ୍ଜ ଅଧୀନ କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା ରାସ୍ତା ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପୂର୍ବାହ୍ନରେ ପ୍ରବେଶ କରିଛନ୍ତି। ଗୋପାଳପୁର ଏବଂ ତିନିକୋଶିଆ ସଂରକ୍ଷିଣ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଦେଖି ଗ୍ରାମବାସୀ ଏକପ୍ରକାର ଆତଙ୍କିତ ହୋଇପଡ଼ିଛନ୍ତି। ନୀଳଗିରି ରେଞ୍ଜରଙ୍କ ନେତୃତ୍ୱରେ କର୍ମଚାରୀମାନେ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖିଛନ୍ତି। ହାତୀପଲ ଯେପରି ଜନବସତି ମୁହାଁ ହେବେ ନାହିଁ ସେଥିପ୍ରତି ବିଭାଗ ସଜାଗ ରହିଛି। ହାତୀପଲରେ ୭-୮ଟି ଛୁଆହାତୀ ରହିଥିବା ଜଣାପଡ଼ିଛି।