ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ: ଲୋକେ ଭୟଭୀତ

ସଜନାଗଡ଼, ୧୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ପଶିଆସିଛନ୍ତି। ବୁଧବାର ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ ଦେଇ ଅଯୋଧ୍ୟା ରାସ୍ତା ପାର ହୋଇ ତିନିକୋଣିଆ ଜଙ୍ଗଲକୁ ୨୮ଟି ହାତୀ ପଶିଆସିଛନ୍ତି। ଏହି ପଲରେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୨୦୧୦ ମସିହାରୁ ନିୟମିତ ଭାବେ ଝାଡ଼ଖଣ୍ଡରୁ ହାତୀପଲ ଏଠାକୁ ଆସୁଛନ୍ତି। ହାତୀପଲ ବାରମ୍ବାର ଆସିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି।

Share