ସଜନାଗଡ଼, ୫।୯(ଡି.ଏନ.ଏ.)- ନୀଳଗିରି ଅଞ୍ଚଳରେ ଚଳିତବର୍ଷ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଧୋବଶିଳା ପଞ୍ଚାୟତ ବଧିଆ ଚାନ୍ଦୁଆପଦା ଗ୍ରାମର ଜଣେ ଯୁବତୀ ହାଇଦ୍ରାବାଦ୍ରେ ରହି ପାଠ ପଢୁଥିଲେ। ୪ରୁ ୫ଦିନ ହେବ ତାଙ୍କୁ ଜ୍ୱର ହେବା ସହ ବାନ୍ତି ହୋଇଥିଲା। ସେ ନିକଟସ୍ଥ ଏକ ନର୍ସିଂହୋମ୍ରେ ଚିକିତ୍ସିତ ହେଉଥିଲେ। ମାତ୍ର ଜ୍ୱର ଭଲ ନ ହେବାରୁ ତାଙ୍କୁ ଘରକୁ ଅଣାଯାଇ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି।