ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ୫୦ ଶଯ୍ୟା ବିଶିଷ୍ଟ ଅର୍ନ୍ତବିଭାଗ ଓ ବର୍ହିବିଭାଗ ଗୃହ ନିର୍ମାଣର ଶୁଭ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ବିଧାୟକ। ସୋମବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଦ୍ୱାରା ପୂର୍ତ୍ତ ବିଭାଗର ଅନୁଦାନରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଟକଳ ମୂଲ୍ୟ୧ କୋଟି ୮୫ ଲକ୍ଷ ୩୭ ହଜାର ୫୦୮ଟଙ୍କାରେ ଏହି ଗୃହର ଶିଳାନ୍ୟାସ କରାଯାଇଛି।