ନୀଳଗିରି ନିର୍ବାଚନମଣ୍ଡଳୀରେ ଉଡ଼ିଲା ଭାଜପା ବାନା

ସଜନାଗଡ଼,୨୪ା୫(ଡି,ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଭାଜପାର ବାନା ଉଡ଼ିଛି। ନୀଳଗିରି ବିଧାନସଭାରେ ଭାଜପାର ଇଂ ସୁକାନ୍ତ କୁମାର ନାୟକ ବିଜେଡିର ସନ୍ତୋଷ ଖଟୁଆଙ୍କୁ ୧୫୭୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନଟି ବାଲେଶ୍ୱର ରାଜନୀତିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା। ଉଭୟ ବିଜେଡି ଓ ଭାଜପା ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ଥିଲା। ପୂର୍ବରୁ ସୁକାନ୍ତ ବିଜେଡିର ବିଧାୟକ ହୋଇଥିବାବେଳେ ଦଳୀୟ ଅସନ୍ତୋଷ ଯୋଗୁ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ଦ୍ୱିତୀୟ ଥର ବିଧାନସଭାକୁ ଯିବା ପାଇଁ ସେ ସୁଯୋଗ ପାଇଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀରେ ଭାଜପା ୬୯ ହଜାର ୫୧୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୬୭ ହଜାର ୯୪୦ ଖଣ୍ଡ ଭୋଟ ପାଇଛି।

Share