ନୀଳାଚଳ ଇସ୍ପାତ କାରଖାନା ଘରୋଇକରଣକୁ ବିରୋଧ: ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- କଳିଙ୍ଗନଗରସ୍ଥିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ଉଦ୍ୟମକୁ ନୀଳାଚଳ ବଞ୍ଚାଓ ସମିତି ବିରୋଧ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର କାରଖାନାର କର୍ମଚାରୀ ଓ ଠିକା ଶ୍ରମିକମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଏଥିରେ କାରଖାନାର ସମସ୍ତ ବିଭାଗର ଶତାଧିକ କର୍ମଚାରୀ ସାମିଲ ଥିଲେ। ବିକ୍ଷୋଭକାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି କାରଖାନା ଘରୋଇକରଣକୁ ବିରୋଧ କରିବା ସହ ସେଲ୍‌ (ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ) ନୀଳାଚଳ କାରଖାନାକୁ ନେବା ପାଇଁ ଦାବି କରିଥିଲେ। ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି କର୍ମଚାରୀମାନେ କାରଖାନା ମୁଖ୍ୟ ଫାଟକରେ ଧାରଣା ଦେବାରୁ କାରଖାନାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। କାରଖାନାର ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ନୀଳାଚଳ କାରଖାନା ଘରୋଇକରଣ ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷ ଆଲୋଚନା କରି ନ ଥିବା ନୀଳାଚଳ ବଞ୍ଚାଓ ସମିତି ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ନୀଳାଚଳ କାରଖାନାରୁ ଏମ୍‌ଏମ୍‌ଟିସି ତାର ଶେୟାର ବିକ୍ରି କରିଦେବାକୁ ନିଷ୍ପତ୍ତି ନେବାପରେ କାରଖାନା ସେଲ୍‌ ସହ ମିଶ୍ରଣ ହେବ କି କୌଣସି ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯିବ ସେ ନେଇ ଅଦ୍ୟାବଧି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇନାହଁି। ଏମ୍‌ଏମ୍‌ଟିସି କାରଖାନରୁ ନିଜ ଶେୟାର ବିକ୍ରି କରିବାକୁ ନିଷ୍ପତ୍ତି ପରେ ଗତ ଏକ ମାସ ହେଲା କାରଖାନରେ ଉପତ୍ାଦନ ବନ୍ଦ ରହିଛି। ଏଭଳି ସ୍ଥିିତିରେ କାରଖାନା କର୍ମଚାରୀମାନେ ନାନା ଆଶା ଓ ଆଶଙ୍କାରେ ରହିଛନ୍ତି। କାରଖାନାକୁ ଘରୋଇକରଣ କରାଯିବାକୁ କୌଣସି ପରିସ୍ଥିତିରେଦଆଯିବ ନାହଁ ବୋଲି ନୀଳାଚଳ ବଞ୍ଚାଓ ସମିତିର ମହିରାମ ପୂର୍ତ୍ତୀ, ଅଜୟ ମହାନ୍ତ, ଗଙ୍ଗାଧର ଗହନାୟକ, ବାଇଧର ପ୍ରଧାନ, ପ୍ରଭଞ୍ଜନ ସାମନ୍ତରାୟ, ଏମ୍‌ ଆର ଖିଲାର, ରାଜେଶ୍ୱର ମହାନ୍ତ, ବିଶ୍ୱଜିତ ସାମନ୍ତରାୟ, ଯଦୁମଣି ମହାନ୍ତ ପ୍ରମୁଖ କର୍ମଚାରୀ କହିଛନ୍ତି।

Share