ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ

କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି। ନୀଳଚଳ କମ୍ପାନୀର ଜଣେ ଅଧିକାରୀ ସମ୍ପୃକ୍ତ ଠିକା ସଂସ୍ଥାକୁ ଅଜାଚିତ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ କ୍ଷତିପୁରଣ ପାଇବାରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଠିକା ଶ୍ରମିକଙ୍କ ସ୍ତ୍ରୀ ଗତ ମାସରେ କ୍ଷତିପୁରଣ ପ୍ରଦାନ ପାଇଁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦନା କରିଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ହେଲେ ଆତ୍ମାଆହୁତି ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ନୀଳାଚଳ ଇସ୍ପାତର ଜଣେ ଅଧିକାରୀ କବିତାଙ୍କୁ ୩ ଲକ୍ଷ ଟଙ୍କା ନେଇ ମାମଲାକୁ ରଫାଦଫା କରିବା ପାଇଁ କହିବା ସହ ଏହା ନ ମାନିଲେ ଠିକାଦାର ପରମାନନ୍ଦ ନାୟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିବେ। ଫଳରେ କ୍ଷତିପୂରଣ ରାଶି ମିଳିପାରିବ ନାହଁି ବୋଲି କହିଥିବା ସୋମବାର କଳିଙ୍ଗନଗର ଅତିରକ୍ତି ଜିଲାପାଳଙ୍କୁ ଭେଟି ଜଣାଇଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କ୍ଷତିପୂରଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ଏହାର ସମାଧାନ ନ ହେଲେ ପୁଣି ଆତ୍ମାଆହୁତି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନଣ୍ଡାବର ଗ୍ରାମର ଚନ୍ଦ୍ର କାନ୍ତ ବାରିକ ଓ ସେହି ଗ୍ରାମର ପ୍ରମୋଦ ପାତ୍ର ନୀଳାଚଳ କାରଖାନାରେ ଠିକାଶ୍ରମିକ କାମ କରୁଥିଲେ। ଗତ ୨୧ା୧ା୧୭ରେ ଉଭୟଙ୍କ ସଡ଼କ ଦୃର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁଇଜଣ ପୃଥ୍‌କ ପୃଥ୍‌କ ଠିକାଦାର ପାଖ ରେ କାର୍ଯ୍ୟ କରୁଥିଲେ। ମୃତ ପ୍ରମୋଦଙ୍କର ପରିବାର କ୍ଷତିପୁରଣ ପାଇଛନ୍ତି। ହେଲେ ମୃତ ଚନ୍ଦ୍ରକାନ୍ତଙ୍କ ନାମ ଇଏସ୍‌ଆଇରେ ଠିକାଦାର ପରମାନ୍ଦ ନାୟକ ଅର୍ନ୍ତଭୁକ୍ତ କରି ନ ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ମିଳିପାରି ନାହଁି। ନେଇ ମୃତ ସ୍ତ୍ରୀ କବିତା ଜିଲା ପ୍ରଶାସନ, ନୀଳାଞ୍ଚଳ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ତେଣୁ ବାଧ୍ୟ ହୋଇ ଆତ୍ମାହୁତି ଦେବା ପାଇଁ ଏକ ଦାବିପତ୍ର ଯାଜପୁର ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିଲେ। ଏହି ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ନୀଳାଚଳ କାରଖାନା କର୍ତ୍ତୃପକ୍ଷ ଠିକାଦାର ପରମାନନ୍ଦଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିଳାଚଳ ଇସ୍ପାତର ଜଣେ ଅଧିକାରୀ କବିତାଙ୍କୁ ଡାକି ଟଙ୍କା ନେଇ ମାମଲାକୁ ରଫାଦଫା କରିଦେବା ପାଇଁ କହିଥିଲେ। ହାଇକୋର୍ଟରେ ଠିକାଦାର ମାମଲା କରିବା ନେଇ କହିଥିଲେ। ଏଥିରେ କବିତା ରାଜି ନ ହେବାରୁ ଠିକାଦାର ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଏ ନେଇ ସେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜଣାଇଥିବା କହିଛନ୍ତି। କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟାଦେଶ ଖିଲାପି ଠିକାଦାର ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସମ୍ପୃକ୍ତ ଠିକାଦାରଙ୍କୁ କାହିଁକି ଏ ପର୍ଯ୍ୟନ୍ତ କଳାତାଲିକା ଭୁକ୍ତ କରାଯାଇ ନାହଁି ବୋଳି ସୁକିନ୍ଦା ଅଞ୍ଚଳର ସମାଜିକକର୍ମୀ ପୁନମ ଅଗ୍ରଓ୍ବାଲ ପ୍ରଶ୍ନ କରିଛନ୍ତି।