ନୀଳ ରଙ୍ଗର ହୀରା ମୁଦି ଶହେ କୋଟିରେ ହେବ ନିଲାମ

ଜେନେଭା,୯।୧୧: ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ। ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍‌ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି। ସ୍ଥାନୀୟ କ୍ରେଷ୍ଟ ନିଲାମ ଗୃହରେ ଏହାର ନିଲାମ ହେବ।  ଏହି ହୀରାମୁଦିରେ ୭.୦୩ କ୍ୟାରେଟ୍‌ ଓଜନର ନୀଳ ରଙ୍ଗର ହୀରା ଲାଗିଛି। ଏଥିରେ ଆୟତାକାର ଆକାରର ହୀରା ଲାଗିଥିବା ନିଲାମର ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ନିଲାମ ଉତ୍ସବରେ ଦେଶ ବିଦେଶରୁ ବହୁ ବ୍ୟବସାୟୀଙ୍କ ସମାଗମ ହେବାର ଆଶା ରହିଛି।

Share